ବଡଠାକୁର ପଡିଯିବା ଘଟଣା ପରେ ଚେତିଲେ ସରକାର,ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି।

ଏ ନେଇ ଆଜି ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଶାସନ ସଚିବ ଅଛନ୍ତି। ସେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି। ସେହି ଅଭିଜ୍ଞତାକୁ ପାଥେୟ କରି ରଥଯାତ୍ରା ଚାଲୁଥିବା ସମୟରେ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!