ରଥ ଉପରେ ସେବାୟତଙ୍କ ହାତରେ ମୋବାଇଲ ମନା

ପୁରୀ :ବଡ ମହାପ୍ରଭୁ ଶ୍ରୀ ବଳଦେବ ଆଡପ ମଣ୍ଡପରେ ସେବାୟତଙ୍କ ଅସାବଧାନତା ହେତୁ ମୁହଁମାଡ଼ି ପଡିଯାଇଥିଲେ। ବିଭିନ୍ନ ମହଲରୁ ଗଭୀର ଚିନ୍ତା ଓ ନିନ୍ଦା ହେବାପରେ ସରକାରଙ୍କ ଚେତାପଶିଛି। ହଠାତ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଯାଇଛି । ନୂଆ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ନିଜ ଦାଇତ୍ୱ ଗ୍ରହଣ କରି ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିଛନ୍ତି।

ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏକ କଡ଼ା ଚେତାବନୀ ଦେଇଛନ୍ତି । ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ରଥ ଉପରେ ମୋବାଇଲକୁ ସେ ନା କରିଛନ୍ତି । କୌଣସି ସେବାୟତ ମୋବାଇଲ ନେଇ ରଥ ଉପରକୁ ଯାଇପାରିବେ ନାହିଁ ବୋଲି ସେ କହିଛନ୍ତି । ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଅଣସେବାୟତ ରଥ ଉପରକୁ ମୋବାଇଲ ନେଇଯାଉଥିବା ପରିଲକ୍ଷିତ ହେଉଛି । ଏଭଳି ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା ସେନେଇ ଠାକୁରଙ୍କ ପାଖରେ କ୍ଷମା ମାଗୁଛୁ । ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେ ନେଇ ଧ୍ୟାନ ଦିଆଯିବ । ଏଥିପାଇଁ ସେବକମାନଙ୍କ ସହଯୋଗ କାମନା କରୁଛୁ ।

Leave a Reply

Your email address will not be published. Required fields are marked *

error: Content is protected !!