ଭୁବନେଶ୍ୱର : ଶଙ୍ଖଭବନ ପ୍ରସଙ୍ଗରେ ପ୍ରେସମିଟ୍ ! ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟ୍ବେଆଇନ ନୁହେଁ ଶଙ୍ଖ ଭବନ ବିଜେଡି ରାଜସ୍ବମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି।ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ। ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ’!.ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ତଦନ୍ତ ହେବ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ କରାଯିବ। ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ମନ୍ତ୍ରୀ କହିଛନ୍ତି ଯେ, ସଡ଼କ କିସମର ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ଶଙ୍ଖ ଭବନ ନିର୍ମାଣ ହୋଇଛି। ଏହା ବେଆଇନ ଭାବେ ନିର୍ମାଣ କରଯାଇଛି।
ଏହି ଜାଗାକୁ ସରକାରଙ୍କଠାରୁ କମ୍ ଦରରେ କିଣି ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ୪ଟି ପ୍ଲଟକୁ ମିଶାଇ ୧ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ଶଙ୍ଖ ଭବନ। ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮। ପ୍ରଥମ ତିନୋଟି ପ୍ଲଟର କିସମ ଘରବାଡ଼ି ଥିଲା, ଆଉ ୪ର୍ଥ ପ୍ଲଟ୍ ଅର୍ଥାତ୍ ୭୯୮ଜାଗାର କିସମ ହେଉଛି ରୋଡ୍ ବା ସଡ଼କ। ଏହି ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଯାହାର ଲେଟର ମଧ୍ୟ ସାମ୍ନାକୁ ଆସିଛି, ମାତ୍ର ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ