ଅବସର ପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ପରଲୋକ

ସୁବର୍ଣ୍ଣପୁର (ରିପୋର୍ଟ – ଚୈତନ୍ୟ ଭୁକ୍ତା ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି l ଆଜି ସକାଳ ୭ ଟା ୩୦ ମିନିଟ ସମୟରେ ଉତ୍କଳ ମେଡିକାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି l ଗତ କିଛି ମାସହେଲା ରୋଗରେ ପୀଡିତ ହୋଇ ସେଠାରେ ଚିକିତ୍ସାଧୀନ ଥିଲେ। ଜଣେ ଆଦର୍ଶ ଶିକ୍ଷକ ହିସାବରେ ସେ ଅଞ୍ଚଳରେ ବେଶ ପରିଚିତ ଥିବାବେଳେ ଗତ ୨୦୧୧ ମସିହାରେ ବୀରମହାରାଜପୁର ବ୍ଲକ ଅଚଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ।

ଏହା ସହ ପଣ୍ଡିତ ଓ ଜ୍ୟୋତିର୍ବିଦ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ କ୍ଷାତି ରହିଥିଲା l ସେ କୋଶଲ ଜ୍ୟୋତିର୍ବିଦ ପଣ୍ଡିତ ମହାସଭା ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଧ୍ୟ ଥିଲେ l ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ସହ ସେ ବେଶ ଜଡିତ ଥିଲେ l ଆଜି ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ଗାଁ ରେ ଶ୍ରୀ ପଣ୍ଡା ଙ୍କ ମର ଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସନ୍ଧ୍ୟା ୭ ଟା ବେଳେ ଗାଁ ଶ୍ମଶାନ ଘାଟ ରେ ସ୍ୱର୍ଗୀୟ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିଲା l ବଡ ପୁଅ ରମାକାନ୍ତ ପଣ୍ଡା ପିତା ଙ୍କୁ ମୁଖlଗ୍ନି ଦେଇଥିବା ବେଳେ ପୁଅ ଶ୍ୟାମ ସୁନ୍ଦର, ମନୋଜ୍ ଓ ମାନସ ଚାରି ପୁଅ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!