ବିକାଶ ଖୋଜୁଛି ରାଉଳିଆ ଖୁଦ୍ରଜଳସେଚନ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ )ଦୀର୍ଘଦିନ ଧରି ଅବହେଳିତ ଅବସ୍ଥା ରେ ପଡ଼ିରହି ଜଳସେଚନ ଏଥିପ୍ରତି କାହାର ନଜର ପଢୁନାହିଁ l ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମ ନିକ ରାଉଳିଆ ଖୁଦ୍ରଜଳସେଚ ଏହା ତା ୩୦/୫/୧୯୮୮ମସିହା ରେ ପୂର୍ଵତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ମୁଖ୍ୟ ଅତିଥି ଶୀଯୁକ୍ତ ସେକ ମତଲୁବ ଅଲ୍ଲୀ ଜଳସେଚନ ଓ ବିଦ୍ୟୁତ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓଡିଶା ଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଥିଲା l ଏହିଜଳସେଚନ ଏହିଅଞ୍ଚଳରେ ମରୁଡିସମୟ ରେ ଜମିକୁ ପାଣିଯୋଗାଇ ଦେବା ଉଦେଶ୍ୟ ରେ ହୋଇଥିଲା l

ଏବେ ଏହା ପୁରା ବର୍ଷ ବର୍ଷ ଧରି ଅବହେଳୀତ ରେ ରହିଛି l ଧୀରେ ଧୀରେ ପୋତିହବାକୁ ବସିଲାଣି ପ୍ରଶ୍ଚିମ ଦିଗପଟ ଧୀରେ ଧୀରେ ପୋତିହୋଇଯାଇଛି l ମରୁଡିଡି ସମୟରେ ଧାନଜମିକୁ ପାଣି ଯୋଗଇ ଦିଅ ଯାଇପାରୁ ନାହିଁ ଯାହାଫଳ ଚାଷୀ ପାଣି ପାଇଁ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳୁଛି l ଏଠି ପ୍ରତି କାହାର ନଜପଡ଼ୁ ନାହିଁ l ଚାରିପାଖରେ ରେ ପଥର ରେ ବନ୍ଧ ଦିଅ ଯାଇଥିଲା ବିତର ପଟୁ ଧୀରେ ଧୀରେ ସେ ପଥବି କିମିଲାଣି ସେ ପଥର କୁଆଡେ ଯାଉଛି ବା କେହି ଖୋଳି ନେଇଯାଉଥିବା ଅନୁମାନ କରାଯାଉଛି l ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟିଦେଇ ଏହି ଜଳସେଚନ ଟି ପୁଣି ମାଟି ଖୋଳାଇ ଉଦ୍ଧାର କରିଲେ ଚଷୀ ମାନେ ଜମିକୁ ଜଳ ପାଇପାରିବେ ବୋଲି ସାଧାରଣ ରେ ଦାବୀ ହେଉଛି

Leave a Reply

Your email address will not be published. Required fields are marked *

error: Content is protected !!