ପ୍ରଧାନମନ୍ତ୍ରୀ ମୋଦୀ ପାରାଲିମ୍ପିକ୍ ହିରୋମାନଙ୍କୁ ଆତିଥ୍ୟ ଦେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭାରତର ପ୍ୟାରିସ ପାରାଲିମ୍ପିଆନମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପାରା-ଆଥଲେଟ୍ମାନଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ପ୍ୟାରିସରୁ ସେମାନଙ୍କ ସଫଳତା କାହାଣୀ ଶୁଣୁଥିବାର ଦେଖିବାକୁ ମିଳିଥିଲା। ଏକ ଐତିହାସିକ ପାରାଲିମ୍ପିକ୍ସ ଅଭିଯାନରେ ଭାରତ ୨୯ ଟି ପଦକ ଜିତିଥିଲା।

ପ୍ୟାରିସରେ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଥିବା ବନ୍ଧୁକଚାଳକ ଅବନୀ ଲେଖାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ସ୍ୱାକ୍ଷରିତ ଟି-ସାର୍ଟ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଟି-ସାର୍ଟ ପଛରେ “ଧନ୍ୟବାଦ ସାର୍, ଆପଣଙ୍କ ସମର୍ଥନ ପାଇଁ” ଲେଖାଯାଇଥିଲା।

ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଆଣ୍ଟିଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ମଜାଦାର ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଅନେକ ଆଥଲେଟ୍ ପାରା-ସ୍ପୋର୍ଟସ୍ କୁ ଆଗକୁ ନେବା ବିଷୟରେ ସେମାନଙ୍କର ଅଭିଜ୍ଞତା ଏବଂ ଚିନ୍ତାଧାରା ବାଣ୍ଟିବାର ସୁଯୋଗ ନେଇଥିଲେ।

ନବଦୀପ ସିଂ F41 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ କ୍ୟାପ୍ ଆଣିଥିଲେ। ସେ ନିଜେ ଚାହୁଁଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ଟୋପି ପିନ୍ଧନ୍ତୁ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଭୂମିରେ ବସିଥିଲେ ଏବଂ ତା ‘ପରେ ନବଦୀପ ତାଙ୍କୁ ଟୋପି ପିନ୍ଧାଇଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନବଦୀପ ସିଂହଙ୍କୁ ନିଜର ଅଟୋଗ୍ରାଫ୍ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!