ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତିର ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କରଞ୍ଜିଆ (ରିପୋର୍ଟ -ଜିତେନ୍ଦ୍ର ରାଜ ):ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତି ଲିମିଟେଡ୍ ୨୦ ବର୍ଷ ପୁରୁଣା ସଂଗଠନ ଯାହାକି ଶ୍ରମର କଲ୍ୟାଣ ତଥା ଆର୍ଥିକ ସ୍ଥିତିର ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରୁଛି | ଏବଂ ଏସ.ଏସ ଏପ୍ରିକୋଟ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଯୋଉ ମାନେ ସଦସ୍ୟ ହେବେ ତାଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଆସବାବପତ୍ର, ବୈଦ୍ୟୁତିକ, ଇଲେକ୍ଟ୍ରୋନିକ୍ ଉତ୍ପାଦ ବିକ୍ରୟ ଏବଂ ଆଇସିଆଇସିଆଇ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନେଇ ସଙ୍ଗଠନ ପକ୍ଷରୁ ବିଭିନ୍ନ ବ୍ଲକ ଏବଂ ଜିଲ୍ଲାରେ କର୍ମଚାରୀମାନଙ୍କ ଏହି ଉଦ୍ଦେଶ୍ୟରେ ନିଯୁକ୍ତ କରିଥିବା ତା ସହିତ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ଉନ୍ନତି ତଥା କଲ୍ୟାଣ ପାଇଁ ଓଡିଶାର ଜିଲ୍ଲା ସ୍ତରରେ। ଗ୍ରାମ ପଞ୍ଚାୟତ, ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦରେ କର୍ମଚାରୀଙ୍କ କାର୍ଯ୍ୟକୁ ନିୟମିତ କରିବା ପାଇଁ ଶାଖା କାର୍ଯ୍ୟାଳୟ ଖୋଲିବାକୁ ଯାଉଛୁ |

ତେବେ ଏଥିରେ ଯୋଉ ମାନେ ସଦସ୍ୟ ବା ସଦସ୍ୟା ହେବେ ତାଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି|ସେଗୁଡିକ ହେଲେ ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ୧୫% ରୁ ୫୦% ରିହାତି,ଦୁର୍ଘଟଣା ଜନିତ ସହାୟତା ୫ ହଜାର ରୁ ୧ ଏକ ଲକ୍ଷ ପର୍ଯ୍ୟନ୍ତ,ଦୁର୍ଘଟଣା ଜନିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସ ରାସନ ମାଗଣା ,ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ଶୁଦ୍ଧକ୍ରିୟା ପାଇଁ ୨୦ ହଜାର ,ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ମିଳିବ ବୋଲି ମ୍ୟାନେଜର ସୂଚନା ଦେଇଛନ୍ତି|

ଏହି ପ୍ରରିପେକ୍ଷୀ ରେ ଆଜି ଦିନ ୧୧ଘଟିକା ସମୟରେ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଏବଂ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର୍ ସୂତାରଙ୍କୁ ଭେଟି ସଙ୍ଗଠନ ପକ୍ଷରୁ ଦାବୀ ପତ୍ର ଦେବା ସହିତ ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ ଏହି ଦାବି ଦେବା ସମୟରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡର ଶାଖା ମ୍ୟାନେଜର ମନୋଜ କୁମାର୍ ଦାସ୍, କୁଳିପୋଷି ପଞ୍ଚାୟତ ପିଇଓ ହେମନ୍ଦ୍ରି ମହାନ୍ତ , ଏପିଓ ମିନତି ମହାନ୍ତଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *

error: Content is protected !!