ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମାରୋହ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷର ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି l ଉକ୍ତ ସ୍ୱାଗତ ସମାରୋହରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଓଡ଼ିଆ ଭାଷା ଆନ୍ଦୋଳନ ଓ ଓଡ଼ିଆ ଭାଷାର ସୁରକ୍ଷା ଏବଂ ବହୁ ଭାଷା ଶିକ୍ଷା କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ସାହିତ୍ୟ ପଢିବା ସହିତ ଜୀବନର ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ ବୋଲି କହିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟନାରାୟଣ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ କହିଥିଲେ ।

ଅଧ୍ୟାପକ ପ୍ରକାଶ କୁମାର ସେଠ ଜୀବନର ଆଲୋକ ଓ ଅନ୍ଧାର ଦିଗକୁ ବୁଝି ନିଷ୍ପତି ନେବା ସମ୍ପର୍କରେ କହିଥିଲେ । ଅଧ୍ୟାପିକା ଯାମିନୀ ଦାଶ ସାହିତ୍ୟ ଜୀବନକୁ ଶୃଙ୍ଖଳିତ, ପରିମାର୍ଜିତ ଓ ଜୀବନ ବଞ୍ଚିବାର କଳା ଶିଖାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ lଏହି ଅବସରରେ ଓଡ଼ିଆ ସମ୍ମାନ ଶେଷବର୍ଷ ଛାତ୍ରୀ ଝୁନୁ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଓଡ଼ିଆ ସମ୍ମାନ ଦ୍ଵିତୀୟ ବର୍ଷ ଛାତ୍ରୀ ସୃଜନୀକା ପଣ୍ଡା ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ ଦେଇଥିଲେ । ସାହିତ୍ୟ ଅଧୟନ ସୌଭାଗ୍ୟ କଥା ବୋଲି ଅତିଥିଗଣ ବକ୍ତବ୍ୟ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ର ଆଶିଷ ଜଗଦଲା, ଦେବାଶିଷ ଜଗଦଲା, ଛାତ୍ରୀ ଝୁନୁ ସାହୁ, ଚନ୍ଦ୍ରିକା କର୍ଣ୍ଣ, ନିହାରିକା କର୍ଣ୍ଣ, ସୃଜନୀକା ପଣ୍ଡା ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ନିଜର କଲେଜ ଜୀବନର ଅନୁଭୂତି ବର୍ଣ୍ଣର୍ନା କହିଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat