ଦଶମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଦଶମ ପ୍ରତିଷ୍ଠା ଦିବସ ଓ ୭୫ତମ ରାଷ୍ଟ୍ରୀୟ ହିନ୍ଦୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଵୀରମହାରାଜପୁର ବ୍ଲକର ଉପାଧ୍ୟକ୍ଷ ନାରାୟଣ ଲୁହା, ମୁଖ୍ୟ ବକ୍ତା ଭାବେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ, ପୂର୍ବତନ ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଡକ୍ଟର ରଥ ଚରିତ୍ର ଗଠନ, ଶୃଙ୍ଖଳା, ଆଜ୍ଞାଧୀନ ହୋଇ ଭଲ ମଣିଷଟିଏ ହେବା ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଭିଏମଡିସି ସଭ୍ୟ ଇନ୍ଦ୍ରଜିତ ପରୁଆ, ପିଟିଏ ସଭାପତି ମନୋରଞ୍ଜନ ତରିଆ ଓ ପିଟିଏ ସଭ୍ୟ ପ୍ରଫୁଲ୍ଲ ଡାଙ୍ଗ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ବାରିକ। ବିଦ୍ୟାଳୟ ସ୍ତରରେ ଉଭୟ ବରିଷ୍ଠ, କନିଷ୍ଠ ବର୍ଗର ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଓ ଶେଷରେ ୭୮ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପୂର୍ବତନ ମେଧାବୀ ଛାତ୍ର ଅନ୍ତର୍ଯ୍ୟାମୀ ମିଶ୍ର ମେଡିକାଲ ପାଇ ଭୀମ ଭୋଇ ମେଡିକାଲ କଲେଜ୍ ବଲାଙ୍ଗିରରେ ନାମ ଲେଖାଇ ଥିବାରୁ ଓ ବିଦ୍ୟାଳୟର ଗୈାରବ ଆଣିଥିବା ଯୋଗୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଥପୁର ପରିବାର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ହେମନ୍ତ ନାରାୟଣ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!