ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ,ପୁରୀ ଆନୁକୂଲ୍ୟରେ ପାଳିତ ହେବ କୁମାର ଉତ୍ସବ

ପୁରୀ (ସମୀର ରଞ୍ଜନ ନାୟକ ):ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତାର ୪୫ତମ କୁମାର ଉତ୍ସବ ଆସନ୍ତା ତା ୧୬ ଓ ୧୨ ଅକ୍ଟୋଳର ୨୦୨୪ ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେ ପାଳନ କରିବାକୁ ଯାଉଛି ।ସାମ୍ବାଦିକ ସ୍ୱୀଳନୀରେ ଅନୁଷ୍ଠାନର ସଭାପତି ରଜନୀକାନ୍ତ ଲେଙ୍କା , ସାଧାରଣ ସଂପାଦକ ଆଲୋକ କୁମାର ମହାପାତ୍ର, ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ କି ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠାନ ପକ୍ଷରୁ ସ୍ବର୍ଣ୍ଣାଭ ବେଳାଭୂମି ଠାରେ ୪୫ତମ କୁମାର ଉତ୍ସବ ପାଳନ କରାଯିବ ।

୧୬ ତାରିଖ ବୁଧବାର ଉଦ୍‌ଘାଟନ ଉତ୍ସବରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ , ପୁରୀ ଲୋକସଭା ସାଂସଦ ଡ ସମ୍ବିଦ ପାତ୍ର, କ୍ରୀଡ଼ା ଓ ଯୁବବ୍ୟାପାର ଏବଂ ଓଡ଼ିଆଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ପରିଚଳନା ନିର୍ଦ୍ଦେଶକ, ନାଲକୋ, ଶ୍ରୀଧର ପାତ୍ର,ମ୍ୟୁନିସିପାଲିଟି କାର୍ଯ୍ୟକାରୀ ଅଧିକାରୀ, ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗଦାନ କରିବେ ।

ପରେ ମାହାରୀ ନୃତ୍ୟ, ଆରତି ଡ୍ୟାନ୍ସଗୁପ ଦ୍ୱାରା ଆଧୁନିକ ନୃତ୍ୟ ପରିବେଷଣ କରାଯିବ । ସର୍ବ ଶେଷରେ ଓଡିଶା ସିନେ ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଓଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିଭଳି ୧୭ ତାରିଖ ଗୁରୁବାର ଉଦ୍‌ଯାପନୀ ଦିବସରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ,ଶ୍ରୀଯୁକ୍ତ ତପନ କୁମାର ଚାନ୍ଦ ପୂର୍ବତ୍ତନ ପରିଚଳନା ନିର୍ଦ୍ଦେଶକ ନାଲକୋ, ତାରିଣୀ ପ୍ରସାଦ ମହାନ୍ତି, ପରିଚାଳନା ମୁଖ୍ୟ, ଆଇଟିସି ଫରଚ୍ୟୁର୍ଣ , ଯୋଗଦାନ କରିବେ।

ପରିଶେଷରେ ପ୍ରଚ୍ଛଦପଟ୍ଟ ନବାଗତ କଣ୍ଠଶିଳ୍ପୀ ରେମୋ ଘୋଷ ଏବଂ ଐଶର୍ଯ୍ୟା ପଣ୍ଡିତଙ୍କ ଦ୍ବାରା ହିନ୍ଦୀ ଚଳଚିତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ବଲିଉତ୍ ନାଇଟ୍ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମିସ୍ ମାନସୀ ମିଶ୍ର ସଂଯୋଜନା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଭକ୍ତ ଚରଣ ଦାସ, ବିଜୟ କୁମାର ଆପଟ୍ଟ, ସନ୍ତୋଷ ଶତପଥି, ରାଜେନ୍ଦ୍ର ନାରାୟଣ ହରିଚନ୍ଦନ ,

ହରେକୃଷ୍ଣ ମିଶ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରଦୀପ୍ତ କୁମାର ମିଶ୍ର, ଅମିୟ ପ୍ରସାଦ ନାଗ୍ , ରଜନୀ କାନ୍ତ ମିଶ୍ର , ବିକ୍ରମ ପରିଡ଼ା , ପ୍ରଶାନ୍ତ ମୁଦୁଲି , ସରସ୍ଵତୀ ଦାସ ,ରୁଦ୍ର ନାରାୟଣ ମିଶ୍ର , ସୁବ୍ରତ ସାହୁ , ସୂର୍ଯ୍ୟ ନାରାୟଣ ମହାପାତ୍ର , ଗୋପାଳ ଘଡ଼େଇ , ମନୀଷା ମହାନ୍ତି , ରିତିକା ମହାନ୍ତି , ଜଗମୋହନ ପଟ୍ଟନାୟକ, ଭବାନୀ ଶଙ୍କର ମିଶ୍ର , ରଂଜିତ ସିଂ , ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!