ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): ଆସନ୍ତା ଅକ୍ଟୋବର ୧୧,୧୨,୧୩ ତାରିଖରେ ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହେଢୠଥିବା 36ତମ ଆନ୍ତର୍ଜାତିୟ ମାଲେସିଆନ୍ ଓପନ୍ ମାଷ୍ଟର ଆଥଲେଟିକ ଚାମ୍ପିୟନ ସିପ୍ ରେ ଭାରତ ମାଷ୍ଟର ସଂଘ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି l ପଧାନଙ୍କ ସହିତ ଓଡିଶାରୁ ମହିଳା ବର୍ଗ ରୁ ରେଖା ଦେ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି l ପୂର୍ବରୁ ଶ୍ରୀ ପଧାନ, ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ,ନେପାଲ, ଭୁଟାନ୍,ବାଙ୍ଗଲାଦେଶ ପ୍ରଭୁତି ଦେଶ ଗୁଡିକରେ ଅନେକ ସ୍ପର୍ଶ ପଦକ ହାସଲ କରି ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି l ଏଥି ପାଇଁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ, ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇ କନ୍ ଆୱାର୍ଡ ରେ ସମ୍ମାନିତ ହୋଇ ଛନ୍ତି l ମାଲେସିଆ ଗ୍ରସ୍ତ ପାଇଁ ବରଗଡ଼ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ, ଶ୍ରୀ ପଧାନ ଙ୍କୁ ସହଯୋଗ ଏବଂ ଆଶିର୍ବାଦ ପ୍ରଦାନ କରିଛନ୍ତି l ଆଜିର ଶାରଦୀୟ ଦୁର୍ଗାପୂଜା ଅବସରରେ ଜଗତ୍ ଜନନୀ ମା ଦୁର୍ଗାଙ୍କ ଙ୍କ ଆଶୀର୍ବାଦ କାମନା କରିବା ସହିତ ଓଡିଶା ପାଇଁ ନିଶ୍ଚିତ ପଦକ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି l