ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଝଞ୍ଜାବତୀ ନଦୀ କୂଳ ହାଲୁଆ ନିକଟ ଆମ୍ବତୋଟା ପରିସରରେ କୁର୍ମୀ କ୍ଷତ୍ରିୟ କୁଳ ସମାଜର ବାର୍ଷିକ ସମ୍ମିଳନୀ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ 50ରୁ ଉର୍ଦ୍ଧ ପରିବାରରୁ ପ୍ରାୟ 300ଜଣ ଉପସ୍ଥିତ ଥିଲେ। ସମାଜର କୁଳଧିକାରି ଶ୍ରୀ ସୁବାଷ ଚନ୍ଦ୍ର ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସଭାପତି ଜଗନ୍ନାଥ ନାୟକ ବାର୍ଷିକ ବିବରଣୀ ପାଠ କରିବା ସହ, ସମାଜର ଭଲ ମନ୍ଦ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ। ଦିନକୁ ଦିନ ଆମ ସଂସ୍କୃତି ପରମ୍ପରା ଓ ଆମ ଧର୍ମ ଲୁପ୍ତ ହୋଇଯାଉଥିବା ବସିଥିବା ବେଳେ, କୂର୍ମୀ ସମାଜର ଏହି ବୈଠକ ଉକ୍ତ ସମାଜ ପାଇଁ ଦିଗଦର୍ଶନ ସାବ୍ୟସ୍ତ ହେବ ବୋଲି ସମାଜରେ ଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
ଉପସଭାପତି ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି ଯେ ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି “କୁର୍ମୀ କ୍ଷତ୍ରିୟ” କୁଳ ସମାଜର ରାୟଗଡ଼ ଜିଲ୍ଲା ଓ ଜିଲ୍ଲା ବାହାରେ, ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ପରିବାରକୁ ଏକତ୍ରିତ କରିବା। ସମାଜରେ ଥିବା ପରିବାର ଗୁଡ଼ିକ ଶିକ୍ଷା, ସ୍ଵାସ୍ଥ୍ୟ ଏଵଂ ମୌଳିକ ସମସ୍ୟା ରୁ ବଞ୍ଚିତ ହେଉଛନ୍ତି ତାହାକୁ ଦୁର କରିବା ଦିଗରେ ଚେଷ୍ଟିତ ଥିବା କହିଛନ୍ତି।ବେରୋଜଗାରି ସମସ୍ୟା ଏବଂ ଅବିବାହିତ ପୁଅ ଓ ଝିଅଙ୍କ ଯୋଗ୍ୟ ବର- କନ୍ୟା ଯୋଗାଡ଼ କରିବା, ଗୋଟିଏ ପରିବାର ନିଜ ସମାଜର ଅନ୍ୟ ଏକ ପରିବାର ସହ ଯୋଡ଼ିତ କରିବା ପ୍ରୟାସ ଜାରି ରଖିଛନ୍ତି।ସମ୍ପାଦକ ବଂଶୀଧର ରାଉଳ ପ୍ରତି ତିନି ମାସରେ ଥରେ ଆଲୋଚନା ବୈଠକ ମାଧ୍ୟମରେ ସମସ୍ୟା ସମାଧାନ କରନ୍ତି। ଏଵଂ
ଜିଲ୍ଲା ଓ ରାଜ୍ୟରେ ରହୁଥିବା ପରିବାରଙ୍କୁ ଏକତ୍ରିତ କରୁଛନ୍ତି। ଅନ୍ୟପଟେ ସାଧାରଣ ସଂପାଦକ ପ୍ରସନ୍ନ ପ୍ରଧାନ ଏହି ଆଲୋଚନା ଗୁଡ଼ିକୁ ଯେଉଁଭଳି କାର୍ଯ୍ୟକାରୀ ହେବା ଦିଗରେ ଧ୍ୟାନ ଦିଅନ୍ତି। କୋଷାଧ୍ୟକ୍ଷ ଖୀରୋଦ ପ୍ରଧାନ କୁଳ ସମାଜକୁ ଆଗକୁ ବଢ଼ାଇବାରେ ଶିକ୍ଷା, ସ୍ଵାସ୍ଥ୍ୟ, ବେରୋଜଗାରି ସମସ୍ୟା ଦୂର କରିବାକୁ ଚେଷ୍ଟା କରିଵା ସହ ସମାଜର ସଦସ୍ୟ ମାନଙ୍କ ଦ୍ଵାରା ଅର୍ଥରାଶି ଯୋଗାଡ଼ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତି। ଉକ୍ତ ବୈଠକରେ ଚିରଞ୍ଜିବୀ ପରିଛା, ପ୍ରଶାନ୍ତ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଏବଂ କୁର୍ମୀ କ୍ଷତ୍ରିୟ ସମାଜର ବୁଦ୍ଧିଜୀବୀ ଓ ବ୍ୟକ୍ତି ବିଶେଷ ପ୍ରମୁଖ ଏକତ୍ରିତ ହୋଇ ସମସ୍ୟା ଗୁଡ଼ିକ ର ସମାଧାନ ଦିଗରେ ଚେଷ୍ଟିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।