ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନିୟୁ ଏରା ପବ୍ଲିକ ସ୍କୁଲ ସ୍କାଉଟ ଗ୍ରୁପ, ଶ୍ରୀକର ଭଞ୍ଜ ଓପେନ ୟୁନିଟ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ମଦନ ମୋହନ ଛକ, ପୋଲସରା ରୋଡ଼, ବଳଦେବ ମନ୍ଦିର ପର୍ଯ୍ୟନ୍ତ ଯାଇ ହାଇସ୍କୁଲ ଦେଇ ପୁଣି ବସଷ୍ଟାଣ୍ଡରେ ପହଞ୍ଚି ଥିଲେ l

ସେଠାରେ ଘରୋଇ ବସ ମାଲିକ ସଙ୍ଘ ସଭାପତି ହରପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅନିଲ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ବୈଷ୍ଣବ ଚରଣ ଦାଶ , ବିଭୁତି ଭୂଷଣ ମିଶ୍ର ଓ ଚିତ୍ତରଞ୍ଜନ ଦାସ ଯୋଗଦେଇ ସଡ଼କ ସୁରକ୍ଷା ସକାଶେ ବିଭିନ୍ନ ଉପାଦେୟ ବାର୍ତ୍ତା ଦେଇଥିଲେ l ପରିଶେଷରେ ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ବବୁଲ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଘର ସଦସ୍ୟଗଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!