କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦାନ୍ୟତା,ଅଗ୍ନିବିପନ୍ନ ବୃଦ୍ଧାଙ୍କୁ ଦେଲେ ସହାୟତା

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର ସାହିରେ ଗତ ତା ୫/୧/୨୫ ରିଖରେ ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ଜନ ନାଏକଙ୍କ ଘର କୌଣସି ଏକ କାରଣ ବସତଃ ସମ୍ପୂର୍ଣ ଭାବେ ଜଳି ଯାଇଥିଲା। ଏହି ଘଟଣାରେ ଘରେ ଥିବା ଆସବା ପତ୍ର ଓ ଧାନ, ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ, ଲୁଗା ପଟା ଓ କାଗଜ ପତ୍ର ସହ ବାର୍ଦ୍ଧକ୍ୟ ଭତା କାର୍ଡ ମଧ୍ୟ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିଯିବା ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାର ପ୍ରଚାର ହୋଇଥିଲା।

ଅସହାୟ ବୃଦ୍ଧା ଜଣକ ନିଜ ସ୍ୱାମୀ ଓ ଯୁବକ ପୁଅଙ୍କୁ ହରାଇ ଅନେକ ବର୍ଷ ହେବ ତିନି ନାତି ନାତୁଣୀଙ୍କୁ ସାଙ୍ଗରେ ଅଭାବ ଅନଟନରେ ଚଳନ୍ତି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡରେ ଛଟିଆ ପନିପରିବା ବ୍ୟବସାୟ କରି ଅହରହ ସଂଘର୍ଷ କରି ଆସିଛନ୍ତି। ଏହାରି ମଧ୍ୟରେ ଗତ ତା ୫/୧/୨୫ ରେ ଦିନ ପ୍ରାୟ ୧୨ ଟା ସମୟରେ ତାଙ୍କ ଘରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗି ସର୍ବସ୍ୱ ଜଳି ପାଉଁଶ ହୋଇ ଯାଇଥିଲା। ଉକ୍ତ ଘଟଣାରେ ମର୍ମାହତ ହୋଇ କାଶୀପୁର ଡ଼ମ୍ଭ ସାହି ସଭାପତି ଶ୍ରୀ ଦିଲ୍ଲୀପ କୁମାର ନାଏକଙ୍କ ସହ ଅନେକ ବୁଦ୍ଧିଜୀବୀ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରିଥିଲେ।

ଏହି ପରି ବିଭିନ୍ନ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରା ଯାଇଥିବା ବେଳେ ମଙ୍ଗଳ ବାର ଦିନ କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାଏକ ଅସହାୟ ବୃଦ୍ଧା ଜନ ନାଏକ ଓ ତାଙ୍କ ତିନି ନାତିନାତୁଣୀଙ୍କ ସହାୟତା ନିମନ୍ତେ ବୃଦ୍ଧାଙ୍କ ଘରକୁ ଯାଇ ଚାଉଳ, ଡାଲି, ପନିପରିବା ଓ କିଛି ଶାଢ଼ୀ ଭଳି ଲୁଗାପଟା ପ୍ରଦାନ କରିଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତି ଏବଂ ତାଙ୍କ ବଦାନ୍ୟତା ହେତୁ ବୃଦ୍ଧା ଜଣକ ଭାବ ବିଭୋର ହୋଇ କହୋ ଭରା କଣ୍ଠରେ ଧନ୍ୟବାଦ ଜଣାଇ ଅଧିକାରୀ ଜଣଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଦିର୍ଘଯିବି ଏବଂ ଅଧିକାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ମଙ୍ଗଳ କାମନା କରି ଆଶୀର୍ବାଦ ଦେଇଥିଲେ। ଏହିପରି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାଏକଙ୍କ ଉଦାରତା, ପର ଦୁଃଖ କାତରତା ମନ ଭାବ ଏବଂ ସମାଜସେବା ପ୍ରତି ଆଗଭରା ଆଚରଣ ଥିବା ହେତୁ କାଶୀପୁର ବ୍ଲକରେ ବୁଦ୍ଧିଜୀବୀ ଓ ଅଞ୍ଚଳ ବାସି ଙ୍କ ପ୍ରଶଂସନୀୟ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!