ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ, ନଗଦ ୫ ଲକ୍ଷ ଟଙ୍କା ସହ ବାଇକ ଜବତ ।

କେନ୍ଦୁଝର(ଦଶରଥ ବାରିକ): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ପାତ୍ରସାହିରୁ ଗତକାଲି ବଡ଼ବିଲ ପୋଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହିତ ତେଇଶି କିଲୋ ଗଞ୍ଜେଇ ଓ ଏକ ହୋଣ୍ଡା ବାଇକ ସହ ପାଞ୍ଚଲକ୍ଷ ନଗଦ ଟଙ୍କା ଜବତ କରିଛି । ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରୀରେ ବଡ଼ବିଲ ପୋଲିସ ଭଦ୍ରାସାହି ଅଞ୍ଚଳରେ ପେଟ୍ରୋଲିଂ କରିଥିବା ବେଳେ କୌଣସି ବିଶେଷ ସୁତ୍ରରୁ ସୂଚନା ପାଇ ହଠାତ ଭଦ୍ରାସାହି ସ୍ଥିତ ପାତ୍ରସାହିରେ ଅତର୍କିତ ଚଢ଼ାଉ କରିଥିଲା ।

ଯାହା ଫଳରେ ଘଟଣା ସ୍ଥଳରେ OD09C 6623 ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଡ୍ରିମ୍ ୟୋଗା ମୋଟରସାଇକେଲ ଗାଡିକୁ ଜବତ କରିବା ସହିତ ତେଇଶି କିଲୋ ଗଞ୍ଜେଇ ଓ ପାଞ୍ଚଲକ୍ଷ ନଗଦ ଟଙ୍କା ସହ ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହାଟ୍ଟିଂ ଅଞ୍ଚଳର ଶିବ ଶଙ୍କର ପ୍ରସାଦ ନାମକ ଯୁବକକୁ ବଡ଼ବିଲ ପୋଲିସ ଗିରଫ କରିଥିଲା । ଆଜି ଶିବ ଶଙ୍କର ପ୍ରସାଦକୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଉପଖଣ୍ଡ ଅଧିକାରୀ ସୁଚନା ଦେଉଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!