ଇଣ୍ଡିଆନ ବାୟ ବାର୍ଥ ସଂଗଠନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼ ):କରଞ୍ଜିଆ ବାରଆସୋସିଏସନ ହଲଠାରେ ଇଣ୍ଡିଆନ ବାୟ ବାର୍ଥ ସଂଗଠନ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆ ବାର ଆସୋସିଏସନ ସହଯୋଗ ରେ ଆୟୋଜିତ ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିରକୁ କରଞ୍ଜିଆ ସବଜଜ ଜଷ୍ଟିସ ଅମିତ ବିଶ୍ଵରୂପା ସେଠ ଫିତାକାଟି ଉଦଘାଟନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିଜେଏମ ସୋଲମୀ ସାହୁ,ଜେଏମଏଫସି ମୋନାଲିସା ଦାସ, ବରିଷ୍ଠ ଆଇନଜୀବୀ ପଙ୍କଜବାସିନୀମହାନ୍ତି,ଆଇନଯିବି କୁମାର ଦେବାଶିଷ ବେହେରା

ଇଣ୍ଡିଆନ ବାୟ ବାର୍ଥ ସଂଗଠନ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟଜିତ ତରେଇ, ସହପ୍ରତିଷ୍ଠାତା ସତ୍ୟ ରଞ୍ଜନ ସାହୁ,ଭୂମିକା ଚକ୍ଷୁ ଚିକିତ୍ସାଳୟ ର ଜୋନାଲ ମ୍ୟାନେଜର କର୍ଣ୍ଣଟକେଶରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମ ଓଲଟିମେଟମ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ଜେନେରାଲ ମେଡ଼ିସିନ ବିଶେଷଜ୍ଞ ଡ଼ଃ ପ୍ରମୋଦ କୁମାର ଟୁଡୁ ଅସ୍ତିସଲ୍ୟ ବିଶେଷଜ୍ଞ ଡ଼ଃ ବୁଧେଶ୍ୱର ମାଝୀ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଇସିଜି ଟେକ୍ନିସିଆନ ମାନସ ରଥ, ଉତ୍ତମ ନାଏକ, ଶୁଚିସ୍ମିତା ପରିଡା, ରାହୁଲ ପ୍ରଧାନ, ମନୋଜ ବାରିକ ପ୍ରମୁଖ ଇସିଜି, ରକ୍ତଚାପ, ଶରୀର ର କ୍ୟାଲସିୟମ ପରୀକ୍ଷା ରେ ସହଯୋଗ କରିଥିଲେ।

ଭୂମିକା ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଡ଼ଃସ୍ଵାତି ପ୍ରଧାନ, ରୁଦ୍ର ନାରାୟଣ ଲୋହାରଙ୍କ ଦ୍ୱାରା ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା..ଇଣ୍ଡିଆନ ବାଏ ବର୍ଥର ମୟୁରଭଞ୍ଜ ଜିଲ୍ଲା ସଭାପତି ରତିରଞ୍ଜନ ମହାନ୍ତ, ଦୀପକ କୁମାର ଦେହୁରୀ, ଜଲ୍ଲୀ ବେହେରା, ଅନିଲ ଦେହୁରୀ, ବିଶ୍ୱଜିତ ବେହେରା, ପ୍ରମୋଦ କୁମାର ସାହୁ ଓ କରଞ୍ଜିଆ ବାର ଆସୋସିଏସନ ପକ୍ଷରୁ ସରୋଜ ରାଉଳ,ପିପୁନ ସାହୁ,ଅଭିଜିତମହାନ୍ତ,କବିତା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ…ଏହି ଶିବିରରେ ବିଭିନ୍ନ ବର୍ଗର ୧୫୦ ରୁ ଉର୍ଦ୍ଧ ଜନସାଧାରଣ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରିଥିଲେ..

Leave a Reply

Your email address will not be published. Required fields are marked *

error: Content is protected !!