କେନ୍ଦୁଝର (ସୀତାରାମ ଦୀକ୍ଷିତ): ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଅଞ୍ଚଳ ର କୀର୍ତ୍ତନ ମହାକୁଡ ଙ୍କ ଟ୍ରକ୍ କୁ ପରିବହନ କାର୍ଯ୍ୟ ନ ଦେବା ସହିତ ତାଙ୍କୁ ଜୀବନରେ ମାରି ଦେବାର ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଗତ ତା ୨୮/୦୧/୨୦୨୧ ରିଖରେ ବସନ୍ତପୁର ଗ୍ରାମର କୀର୍ତ୍ତନ ମହାକୁଡ ଛେଳି ଚରାଇବାକୁ ପିଢ଼ପୋଖରୀ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସ୍ଥାନୀୟ ଅଞ୍ଚଳର ପରିବହନ ଠିକାଦାର ଅକ୍ଷୟ ମହାକୁଡ ଓ ସାନ୍ତୁନୁ ବାରିକ ବଡ ବଡ ମେସିନ ଲଗାଇ ଗଛ କାଟି ଏକ ଖଣି କମ୍ପାନୀ ପ୍ରକାଶ ଇଣ୍ଡଷ୍ଟ୍ରି ର ବେଆଇନ ଭାବେ ରାସ୍ତା ତିଆରି କରୁଥିବା ଦେଖି ଜଙ୍ଗଲ ବିଭାଗ କୁ ଜଣାଇ ଥିଲେ ।
ଖବର ପାଇ ବିଭାଗୀୟ ଅଧିକାରୀ ମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳ କୁ ଯାଇ ସେଠାରେ ଜଙ୍ଗଲ କାଟି କରି ରାସ୍ତା ନିର୍ମାଣ କାର୍ଯ୍ୟ ରେ ବ୍ୟବହାର କରାଯାଇଥିବା ଟ୍ରେଲର, ଜେସିବି ମେସିନ,ପୋକ୍ଲେନ୍ ଓ କେଟର ପିଲାର ଗାଡ଼ି କୁ କୀର୍ତ୍ତନ ମହାକୁଡ ଙ୍କୁ ସାକ୍ଷୀ ରଖି ବନ ବିଭାଗ ଜବତ କରି ଏକ ମାମଲା ରୁଜୁ କରିଥିଲେ। ।ଏହି ମାମଲା ର ଶୁଣାଣି ପାଇଁ ବିଭାଗୀୟ କୋର୍ଟ ପକ୍ଷରୁ ନୋଟିସ ଆସିବା ପରେ କୀର୍ତ୍ତନ ମହାକୁଡ କୋର୍ଟ କୁ ଯାଇ ସାକ୍ଷୀ ଦେବା ପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ର ଏକ ହାଇୱା ଟ୍ରକ୍ କୁ ଅଭିଯୁକ୍ତ ଠିକା ସଂସ୍ଥା ପକ୍ଷରୁ ବନ୍ଦ କରି ଦିଆ ଯିବା ସହ ତାଙ୍କୁ ସଂପୃକ୍ତ ପରିବହନ ସଂସ୍ଥା ର ମାଲିକ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ସହିଯୋଗି ମାନେ ଜୀବନରେ ମାରି ଦେବାର ଫୋନ ରେ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ।
ସଂପୃକ୍ତ ପରିବହନ ସଂସ୍ଥା ର ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କୀର୍ତ୍ତନ ମହାକୁଡ ଅତ୍ୟନ୍ତ ଭୟଭୀତ ଥିବା ଜଣାଇବା ସହିତ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଥାନା କୁ ନାରାୟଣ ମହାକୁଡ ଙ୍କ ସହିତ ଆସିଥିବା ବେଳେ ତାଙ୍କ ଟ୍ରକ୍ ର ମଧ୍ୟ ପରିବହନ କାର୍ଯ୍ୟ ବନ୍ଦ କରି ଦିଆ ଯାଇଥିବା ନେଇ ନାରାୟଣ ମହାକୁଡ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ କୁ ଆଧାର କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା କହିଛି ।