କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ରାଜ୍ୟ କ୍ରୀଡା, ଯୁବ ସେବା ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନରେ ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଜେଏସଡବ୍ଲୁ ଫାଉଣ୍ଡେସନ ଏବଂ ଗୁଆଲି ଏଫସି ମଧ୍ୟରେ ଆଜିର ଉଦଘାଟନୀ ଖେଳ ୪-୪ ଗୋଲରେ ଅମୀମାଂଶିତ ରହିବା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି l ଜେଏସଡବ୍ଲୁ ପକ୍ଷରୁ କ୍ରିଷ୍ଣା ନାୟକ ଏକାକୀ ୪ଟି ଗୋଲ ସ୍କୋର କରି ପ୍ରତିଯୋଗିତାର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି l
ଗୁଆଲି ପକ୍ଷରୁ ଆଦିତ୍ୟ ନାୟକ ୨ଟି ଗୋଲ ଏବଂ ବଚନ ନାୟକ ୨ଟି ଗୋଲ ସ୍କୋର କରିଥିଲେ l ପ୍ରଥମକରି ତୃଣମୂଳ ସ୍ତରରୁ ଆୟୋଜିତ ଏହି ପ୍ରତିଯୋଗିତାକୁ କେନ୍ଦୁଝର ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଲିକ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଡ଼. ଜନାର୍ଦ୍ଦନ ଦାଶ, ଉପସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ, କୋଷାଧକ୍ଷ ସରୋଜ କୁମାର ରଣା, ଜିଲ୍ଲା କ୍ରୀଡା ଅଧିକାରୀ ମହମ୍ମଦ ଫିରୋଜ ଖାଁ, ସ୍କୁଲ ସମୁହ କ୍ରୀଡା ନିରୀକ୍ଷକ ଫକୀର ମହାନ୍ତ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାଏ ଏବଂ ଜିଲ୍ଲା କ୍ରୀଡା ସଂସ୍ଥାର ସମସ୍ତ କାଉନସିଲ ସଦସ୍ୟ ଉପସ୍ଥିତ ଥିଲେ l
ଏହି ଖେଳକୁ ରେଫରୀ ଭାବେ ବୃନ୍ଦାବନ ମୁଣ୍ଡା ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ଯତୀନ ମହାନ୍ତ ଏବଂ ଶଙ୍କର୍ଷଣ ନାୟକ l ଚତୁର୍ଥ ରେଫରୀ ଥିଲେ ବିଜୟ ମାଝୀ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ ବୀରେନ୍ଦ୍ର ମହାନ୍ତ, କୃଷ୍ଣ ଚନ୍ଦ୍ର ମହାନ୍ତ ଏବଂ ବାଦଲ ମହାକୁଡ଼ ସିଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l