ଦୟା ଜଳ ପ୍ରଦୂଷିତ, ପିଇବା ପାଇଁ ଅନୁପଯୁକ୍ତ: ପୁରୀ ସିଡିଏମଓ

ପୁରୀ (ସମୀର ରଞ୍ଜନ ନାୟକ) : ଦୟା ନଦୀର ପାଣି ଅତ୍ୟନ୍ତ ପ୍ରଦୂଷିତ ଏବଂ ଏହା ଲୋକଙ୍କ ପିଇବା ପାଇଁ ଉପଯୁକ୍ତ ନୁହେଁ। ଏହାକୁ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ରୂପଭାନୁ ମିଶ୍ର।ପୁରୀ :ସୂଚନା ଅନୁଯାୟୀ, କଣାସ ବ୍ଲକର ଗୋପୀନାଥପୁର ଏବଂ ଗଡିଶଗୋପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁରେ ଡାଇରିଆ ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଆହୁରି ଅନେକ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ସିଡିଏମଓଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଏକ ଟିମ୍ ଗାଁ ପରିଦର୍ଶନ କରି ରୋଗର କାରଣ ଜାଣିବା ପାଇଁ ତଦନ୍ତ କରିଥିଲେ। ତେବେ ଗ୍ରାମବାସୀମାନେ ଦୟା ନଦୀ ଜଳ ଉପରେ ନିର୍ଭର କରୁଥିବାରୁ ପରୀକ୍ଷା ପାଇଁ ଦୟା ନଦୀ ଜଳର ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା।ଅପରପକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ସିଡିଏମ୍ଓ କହିଛନ୍ତି ଯେ ପୁରୀ ଅତିରିକ୍ତ କଲେକ୍ଟର ଶରତ ଚନ୍ଦ୍ର ବେହେରା, ସବ-କଲେକ୍ଟର ରାଜ କିଶୋର ଜେନା ସମେତ ଏକ ଟିମ୍ ଡାଇରିଆ ପ୍ରଭାବିତ ଗାଁ ପରିଭ୍ରମଣ କରିବା ସହ ଯାଞ୍ଚ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!