ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାନକ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ

ବରଗଡ଼(ମୁକୁନ୍ଦ ଦାସ ଶିକ୍ଷାର୍ଥୀମାନଙ୍କ ମଧ୍ଯରେ ମାନକ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଭାରତୀୟ ମାନକ ବ୍ୟୁରୋର ୭୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ଵର ଶାଖା ତରଫରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ର୍ତାରେ ମାନକ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ମାନକ ଗୀତ ପ୍ରଦର୍ଶନ ପରେ ମାନକ କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ସଂଯୋଜନା କ୍ରମେ ମାନକ କୁଇଜ୍ ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ମାନକ କ୍ଲବର ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଏଥିରେ ଅଂଶୁମାନ ଚୌଧୁରୀ, ବର୍ଷା ଦେହେରୀ, ଆଦ୍ୟାଶା ଭୋଇ ଏବଂ ସଂସ୍କୃତି ଗଡତିଆ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବୋଧରାମ ବିଶ୍ବାଳ,ଆଶୁତୋଷ ଭୋଇ,ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ, ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି, ଶ୍ରୀପତି ସାହୁ ଓ ଶିକ୍ଷୟିତ୍ରୀ ଅନୀତା ପଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ବୋଧରାମ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!