କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ

କଟକ (ଆକାଶ କୁମାର ସ୍ବାଇଁ) : କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସରେ ୫୭ଟି ବରିଷ୍ଠ ନାଗରିକ ସଂଘର ସଭାପତି,ସଂପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ମନମୋହନ ବେହେରା, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସଭାର ସଭାପତି ପ୍ରଫେସର ଡକ୍ଟର କୃପାସିନ୍ଧୁ ପଣ୍ଡା, ମହାସଂଘର ଗଠନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଆବାହକ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ଦାସ ସାମନ୍ତ , ମହାସଂଘର ନୂତନ କାର୍ଯ୍ୟକାରୀ କମିଟିର ସଭ୍ୟ ମାନଙ୍କ ନାମ ଘୋଷଣା କଲେ ଶ୍ରୀ ହରିନାରାୟଣ ବେବର୍ତ୍ତା, ନିର୍ବାଚିତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ମନମୋହନ ବେହେରା ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦାଶ ।

ଏହି ଅବସରରେ ଅତିଥିଭାବେ କଟକ ମହାନଦୀ ବିହାର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ମହାନ୍ତି ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ହୋଇ ସହଯୋଗ କରିବା ସହିତ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅକ୍ଷୟ କୁମାର ନାୟକଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ହୋଇ ସହଯୋଗ କରିଥିଲେ। ସର୍ବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉତ୍କଳ ଭୁଷଣ ରାଉତରାୟ।

Leave a Reply

Your email address will not be published. Required fields are marked *

error: Content is protected !!