ଜିଲ୍ଲା ସଭାପତି ନିର୍ବାଚନ ଜୁରିଲାଲ ମହାନ୍ତ ସଭାପତି ନିର୍ବାଚିତ

ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼) : ବିଜେପି ସଂଗଠନିକ ନିର୍ବାଚନ ଶେଷ ହୋଇଛି ଏହି କ୍ରମରେ ବିଜେପି ର ଜିଲ୍ଲା ସଭାପତି ନିର୍ବାଚନ ମଧ୍ୟ ଶେଷ ହୋଇ ଆଜି ଜିଲ୍ଲା ସଭାପତି ଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ବିଜେପି ର ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା ସଭାପତି ଘୋଷଣା ନିମନ୍ତେ ଆଜି ଯଶିପୁର ସ୍ଥିତ କନକ ରେସିଡେନ୍ସୀ ଠାରେ ଆୟୋଜିତ ବୈଠକ ରେ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ସରସକଣା ବିଧାୟକ ଭାଦବ ହାଂସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଦାୟୀ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ ସମ୍ପାଦକ ନବୀନ ରାମ,ଜିଲ୍ଲା ନିର୍ବାଚନ ଅଧିକାରୀ ସିପ୍ରା ବାଜପେୟୀ, ସହ ଜିଲ୍ଲା ନିର୍ବାଚନ ଅଧିକାରୀ ବିପିନ ବିହାରୀ ମହାନ୍ତ ଙ୍କ ସହିତ ଜିଲ୍ଲା ସଭାପତି ପଦବୀ ନିମନ୍ତେ ନାମାଙ୍କନ ଦାଖଲ କରିଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ଆଶାୟୀ ପ୍ରାର୍ଥୀ ଙ୍କ ସହିତ ସାଙ୍ଗଠନିକ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଉପସ୍ଥିତ ଥିଲେ। ବିଦାୟୀ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଓ ନିର୍ବାଚନ ଅଧିକାରୀ ସିପ୍ରା ବଜପାୟୀ ଝୁରିଲାଲ ମହାନ୍ତ ଙ୍କ ନାମ ଘୋଷଣା କରିଥିଲେ ଏହି ଅବସର ୬ ଜଣ ରାଜ୍ୟ ପରିଷଦ ସଦସ୍ୟ ଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!