ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର।

ରାୟଗଡା(ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଆଜି ଶନିବାର ହୋଇଥିବାରୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ହୋଇଥିଲା। ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ମଧ୍ୟ ଛାତ୍ର ଗରମ ଡାଲି ଓ ଅଣ୍ଡା ଝୁଳରେ ପଡିଯିବା ଘଟଣା ଅଞ୍ଚଳରେ ଆଶ୍ଚର୍ଯ୍ୟ କରିଛି। ସମସ୍ତ ଶିକ୍ଷକ ଜାନୁଆରୀ୨୬ ପାଇଁ ବ୍ୟସ୍ତ ରହିଥିବା ବେଳେ ପିଲାଙ୍କ ପ୍ରତି କାହାର ନଜର ରହିନଥିଲା।ଅନ୍ୟ ପଟେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଇଁ ପିଲା ମାନେ ଧାଡି ବାନ୍ଧି ଠିଆ ହୋଇ ରହିଥିଲେ ।

ଶନିବାର ଦିନ ଅଣ୍ଡା ତରକାରୀ କରାଯାଇଥିଲା ।ଧାଡିରେ ଠିଆ ହୋଇ ରହିଥିବା ପିଲାମାନେ ଠେଲା ପେଲା ହେବାରୁ ଛୋଟ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପଡିବାରୁ ତା ଉପରେ ଡାଲି ଓ ଅଣ୍ଡା ଝୋଳ ପଡି ଯାଇଥିଲା ।ଯାହା ଫଳରେ ତାର ଶରୀରର କିଛି ଅଂଶ ପୋଡି ଯାଇଥିଲା ।ଉକ୍ତ ଖବର ପରିବାରକୁ ଜଣାଇବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକ ଗୁରୁତର ଛାତ୍ର କୁ ନେଇ ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତାର ଅବସ୍ଥା ଖରାପ ଥିବା ଯୋଗୁଁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଏହିଠାରେ ଡକ୍ଟର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଛନ୍ତି ।

ଏହିଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସମୟରେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ରହୁ ନ ଥିବାରୁ ଏହି ପରି ଘଟଣା ହୋଇଥିବା ଲୋକ ଲୋଚନ ରେ ଆଲୋଚନା ହେଉଥିବା ଶୁଣିବା ପାଇଁ ମିଳୁଛି । ଏ ସମ୍ପର୍କ ରେ ପ୍ରଧାନ ଶିକ୍ଷକ କମଳେନ୍ଦୁ ରାଇନାଙ୍କୁ ପଚାରିବାରୁ ପିଲାମାନେ ଲାଇନରେ ଥିଲେ ପଛପଟ କେହି ପିଲା ଠେଲି ଦେବାରୁ ପ୍ରଥମେ ଏକ ପିଲରରେ ବାଜି ଗରମ ଡାଲି ଓ ଅଣ୍ଡା ଝୋଳରେ ପଡିଗଲା ଆମେ ମେଡିକାଲ ଆଣି ଚିକିତ୍ସା ଚଲାଇଛନ୍ତି ଡାକ୍ତର। ଏହାକୁ ନେଇ ସାମ୍ବାଦିକ ମାନେ ମେଡିକାଲ ଯାଇ ଖବର ସଂଗ୍ରହ କରିବା ବେଳେ ପରିବାର ଲୋକ ବିରୋଧ କରି ପ୍ରକାଶ ନକରିବାକୁ ତାଗିଦ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!