ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମନ୍ମଥରାଉତରାୟ ବାୟନ ବିଜେଡି ରାଜନୀତିକୁ ସରଗକରିଦେଇଛି l ତାଙ୍କର ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସମ୍ପର୍କ ରେ ଦେଇଥିବା ମତ ବର୍ତ୍ତମାନ ଗାଁ ସଉପଢିଠାରୁ ଆରମ୍ଭ କରି ସହର ଚାଦୋକାନ ପର୍ଯ୍ୟନ୍ତ ଚର୍ଚ୍ଚା ଜୋରଧରିଛି l ପ୍ରକାଶ ଥାଉ ଯେ lଭୁବନେଶ୍ବର: ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କ ଗୁମର ଖୋଲିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ। ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖାଦେଖି କରନ୍ତି। ସେ କାହାକୁ ଦେଖା ହେଉନାହାନ୍ତି।
ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି। ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି। ନବୀନଙ୍କ ମେଡିସିନ, ଯୋଗ, ହେଉଛି କି ନାହିଁ ବୁଝୁଛନ୍ତି।ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ କହିଛନ୍ତି ମନ୍ମଥ ରାଉତରାୟ । ସେ କହିଛନ୍ତି, ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତାର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅଂହକାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି ।
ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ଅନାଲିସିସ୍ ହଉଛି । ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ ।ଟିକେଟ୍ ବଣ୍ଟନକୁ ନେଇ ମନ୍ମଥ କହିଛନ୍ତି, ଟିକେଟ ବଣ୍ଟନରେ ଭୁଲ ଥିଲା । ପ୍ରାର୍ଥୀ ଚୟନରେ ଭୁଲ ଥିଲା । ଚୟନ କରିବା ସମୟ ଭୁଲ ଥିଲା । ଶେଷ ସମୟ ଯାଏଁ ଦ୍ଵନ୍ଦ ରହିଲା । ୨୪ ବର୍ଷ ସରକାରରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା । ଟିକେଟ୍ ନମିଳିବାରୁ ଅନେକ ନେତା ଅଭିମାନରେ ରହିଲେ । ବିଜେଡିର ଟିମ ୱାର୍କ ଭୁଲ ଥିଲା ।