ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶୀର୍ଷକ ଆଲୋଚନାଚକ୍ର

କଟକ(ଆକାଶ କୁମାର ସ୍ୱାଇଁ): ଶତାବ୍ଦୀ ଭବନରେ ଶ୍ରୀ ଅଭିରାମଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ଉପଲକ୍ଷେ ପୌର୍ଣ୍ଣମାସୀ ପାଠାଗାର ଓ ଅଭିରାମ ସାରସ୍ବତ ପରିଷଦର ମିଳିତ ଆନୁକୂଲ୍ୟରେ’ ଆୟୋଜିତ ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବ ଶୀର୍ଷକୀୟ ଆଲୋଚନା କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା କରମଳା ଶାନ୍ତି ଆନନ୍ଦ ଆଶ୍ରମର ବରିଷ୍ଠ ସନ୍ୟାସୀ ପ୍ରେମାନନ୍ଦ ଦାସ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ କଟକ ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ଭାରତର ସଂସ୍କୃତିରେ ଶ୍ରୀ ଅଭିରାମଙ୍କ ଯୋଗଦାନ ବିଷୟରେ ଉଦ୍‌ବୋଧନ ଦେଇଥିଲେ ।

ପୂର୍ବତନ ଓଡିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ମୁଖ୍ୟ ବକ୍ତା ଡ଼କ୍ଟର କୈଳାସ ଚନ୍ଦ୍ର ଟୀକାୟତରାୟ ଭାରତର ସଂସ୍କୃତି ଅବକ୍ଷୟ ପାଇଁ ଆମ୍ଭେମାନେ ହିଁ ଦାୟୀ ଏବଂ ଆଜିର ସମାଜରେ ଆଧ୍ୟାତ୍ମିକତାର ପୁନର୍ଜାଗରଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ବକ୍ତା ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଠାକୁରଙ୍କ ରଚିତ କଳିଭାଗବତ ଉପଯୋଗୀତା ବିଷୟରେ ମତବ୍ୟକ୍ତ କରିଥିଲେ। ସଭାପତି ଭାବେ ଅବସରପ୍ରାପ୍ତ ଦର୍ଶନ ଶାସ୍ତ୍ରର ପ୍ରବୀଣ ପ୍ରାଧ୍ୟାପକ ଡକ୍ଟର ନାରାୟଣ ପ୍ରସାଦ ମହାନ୍ତି ସ୍ଵାଧୀନତା ସଂଗ୍ରାମରେ ଠାକୁରଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍ମରଣୀକା ପୌର୍ଣ୍ଣମାସୀର “ଚଲାପଥ “ଉନ୍ମୋଚନ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରତାପ କୁମାର ମହାପାତ୍ର ଅତିଥିମାନଙ୍କ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଡକ୍ଟର ନିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ବ୍ରଜ କିଶୋର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂପନ୍ନ ଉକ୍ତ କାର୍ଯ୍ୟକ୍ରମରେ ସୁଲତା ଦେ,ଡାକ୍ତର ରମାକାନ୍ତ ରାଉତ, ସ୍ୱୂରଜ କୁମାର ସାହୁ,ମୂରଲୀଧର ବାରିକ, ଅନନ୍ତ କୁମାର ମହାରଣା , ନଟବର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ଏବଂ ଡ଼କ୍ଟର ବିଭୂତି ଭୂଷଣ ମହାପାତ୍ରଙ୍କ ଦ୍ୱାରା ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!