ଡୁଙ୍ଗୁରିପାଲି ଥାନା ଜିଲ୍ଲାର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଜିଲ୍ଲାର ଏକ ନମ୍ବର ଥାନା ଭାବେ ଆଜି ଶେଷ୍ଠ ପୁରସ୍କାର ପାଇଛି। ଥାନା ଅଧିକାରୀ ଓ ତାଙ୍କର ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଆଜି ଏକ ନମ୍ବର ଥାନାରେ ପରିଣତ କରିପାରିଛି। ଆଜି ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ତଥା ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସ ପି ଙ୍କର ଉପସ୍ଥିତରେ ଡୁଙ୍ଗୁରିପାଲି ଥାନାକୁ ଶେଷ୍ଠ ଥାନା ଭାବେ ଘୋଷଣା କରିବା ସହିତ ଥାନା ଅଧିକାରୀଙ୍କୁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରିଛନ୍ତି।

ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରୟଣ ପଧାନ ଯୋଗ ଦେଲା ପରେ ଡୁଙ୍ଗୁରିପାଲି ଥାନାରେ ବହୁତ ବଡ଼ବଡ଼ କେଶ ପର୍ଦାଫାଶ ହୋଇଛି। ତାହା ସହିତ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି। ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଶାନ୍ତ, ସ୍ଵଭାବ ମିଠା ହସ ଓ ଲୋକଙ୍କ ସହିତ ସୁସଂପର୍କ ପାଇଁ ଡୁଙ୍ଗୁରିପାଲି ଥାନା ଏକ ନମ୍ବର ହୋଇଛି।ଏ ଖବର ଶୁଣିବା ପରେ ଡୁଙ୍ଗୁରିପାଲି ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ପ୍ରଶଂସାର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *

error: Content is protected !!