ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଖେଳ ପଡିଆରେ ଚାଲିଥିବା ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ତରଫରୁ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବରଗାଁ ଦଳ ଚାମ୍ପିୟନ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ସିଣ୍ଢୋଳ ସରପଞ୍ଚ ପ୍ରଦୀପ ଦେହେରୀ, ରାଧା ଅନୁଷ୍ଠାନ ର ବିନୋଦ ବେହେରା,ସମାଜସେବୀ ସନ୍ତୋଷ ଭୁକ୍ତା, ୱାର୍ଡ ସଭ୍ୟ ସୁରଥ କୁମ୍ଭାର, ଆଞ୍ଚଳିକ ମହାବିଦ୍ୟାଳୟ ସିଣ୍ଢୋଳ ର ଅଧ୍ୟକ୍ଷ ଶିରୀଶ ଦାଶ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ।
ଆଜିର ପ୍ରଥମ ସେମି ଫାଇନାଲରେ ଗୌଡ଼ଗାଁ ଓ ନାକଡେଇଁ ଦଳ ଭିତରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନାକଡେଇଁ ବିଜୟୀ ହୋଇଥିବା ବେଲେ ଦ୍ଵିତୀୟ ମ୍ୟାଚ ରେ ବରଗାଁ ଓ ନୂଆଗାଁ ଭିତରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବରଗାଁ ବିଜୟୀ ହୋଇ ଫାଇନାଲ ରେ ନାକଡେଇଁ ସହିତ ମୁକାବିଲା କରିଥିଲା । ଏଥିରେ ବରଗାଁ ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୧୦୮ ରନ ସଂଗ୍ରହ କରିଥିଲା ଓ ସେହି ଜବାବରେ ନାକଡେଇଁ ଦଳ ନିର୍ଦ୍ଧାରିତ ଓଭର ରେ ୮ ୱାଇକେଟ ହରାଇ ୭୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚ ଶଶୀନ୍ଦ୍ର ଭୁକ୍ତା ଓ ନୀଳମଣି ବାଘ ମ୍ୟାଚ ପରିଚାଳନା କରିଥିବା ବେଳେ ସଞ୍ଜୟ ପଟ୍ଟନାୟକ ଓ ରାଜକିଶୋର ସୁରୁଜାଲ ଧାରାବିବରଣୀ ଦେଇଥିଲେ। ମନମୋହନ ମିଶ୍ର ଧନ୍ୟବାଦ ଅର୍ପଣ ଦେଇଥିଲେ। ନିରଞ୍ଜନ ମେଲ୍ଲୀ, ଉଦ୍ଧବ ମେଲ୍ଲୀ, କୁଶ ମାଝୀ, ଜୟ ସୁରୁଜାଲ, ପ୍ରଶାନ୍ତ ମେଲ୍ଲୀ, ଦୀପକ ବାଘ ଅନ୍ୟାନ୍ୟ ସହଯୋଗ କରିଥିଲେ।