ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ ‘ସୁଭଦ୍ରା’ ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ) : ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ନିବେଦନ କରିବା ପରେ ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବା ପରେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୮୯୮ ଲକ୍ଷ ଟପିବ । NPCIରେ ଅସୁବିଧା ଯୋଗୁ ବଞ୍ଚିତ ହେଲେ ମାର୍ଚ୍ଚ ୮ ତାରିଖରେ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି NPCI କ୍ଲିୟର କଲେ ମାର୍ଚ୍ଚ ୮ ତାରିଖରେ ଉଭୟ ପ୍ରଥମ ଓ ଦ୍ୱିତୀୟ କିସ୍ତିର ଟଙ୍କା ହିତାଧିକାରୀ ପାଇବେ ।ଉପମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ସୂଚନା ଅନୁସାରେ, ଯେଉଁ ହିତାଧିକାରୀଙ୍କୁ ଟଙ୍କା ମିଳି ନାହିଁ ସେମାନେ ୩ ରୁ ୪ ତାରିଖରେ ବ୍ୟାଙ୍କକୁ ଯାଉ ନିଜ ଇ-କେୱାଇସି କ୍ଲିଅର କରି ନିଅନ୍ତୁ ଯାହା ପରେ ଖାତାଙ୍କୁ ଟଙ୍କା ଯିବ । ତେବେ ଯେଉଁମାନଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବା ସେମାନଙ୍କୁ ପର୍ଯ୍ୟାୟରେ ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *

error: Content is protected !!