ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ବଳିୟାରଭୁଜଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର

କଟକ : ବାରବାଟୀରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

ସନ୍ଧ୍ୟା ୭ଟା ୪୦ ମିନିଟରେ ଭାରତ ଓ ଇଂଲଣ୍ଡ ଦଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨ଟି ସ୍ବତନ୍ତ୍ର ବସ୍‌ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ଅଣାଯାଇଥିଲା। ଉଭୟ ଦଳର ଖେଳାଳି ବିମାନବନ୍ଦର ଭିତରୁ ବସ୍‌ଯୋଗେ ବାହାରକୁ ଆସିଥିଲେ।

ଖେଳାଳିମାନେ ଶୁକ୍ରବାର ହୋଟେଲରେ ବିଶ୍ରାମ ନେବାପରେ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ। ଉଭୟ ଦଳର ଖେଳାଳି ମେ ଫେୟାରରୁ ବାହାରି ଜାତୀୟ ରାଜପଥ ୧୬ ରସୁଲଗଡ ଦେଇ କଟକ ବାରବାଟୀ ଯିବାକୁ ରୁଟ ଲାଇନ ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ ଇଂଲଣ୍ଡ ଦଳ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଏହାପରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଝାଳ ବୁହାଇବ ଟିମ୍‌ ଇଣ୍ଡିଆ। ଏହି ସମୟରେ ଉଭୟ ଦଳ ପଡ଼ିଆ ଓ ପିଚ୍‌ ନିରୀକ୍ଷଣ କରିବେ। ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ସେହି ପ୍ରଦର୍ଶନ ଦୋହରାଇ ସିରିଜ ବିଜୟୀ ହେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ନାଗପୁର ପରାଜୟର କାରଣ ଖୋଜି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଇଂଲଣ୍ଡ। ଏଥିପାଇଁ ସେମାନେ ଏହି ନେଟ୍ସରେ ହିଁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପଦେବେ।

Leave a Reply

Your email address will not be published. Required fields are marked *

Powered by Joinchat