ଓଡ଼ିଆ ସିନେମାର କିମ୍ବଦନ୍ତୀ ଉତ୍ତମ ମହାନ୍ତି ଗୁରୁତର

ଭୁବନେଶ୍ୱର : ଓଲିଉଡ୍‌ର ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ହୋଇଛନ୍ତି। ୩ ଦିନ ତଳୁ କିମ୍ସରେ ଆଡ଼ମିଶନ ହୋଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ। ଲିଭର ଫେଲ୍ୟୁର ହୋଇଛି। ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ହସ୍ପିଟାଲରେ ପତ୍ନୀ ଅପରାଜିତା ଓ ପୁଅ ବାବୁଶାନ୍‌ ରହିଛନ୍ତି। ତାଙ୍କୁ ଏୟାରଲିଫ୍ଟରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ଉତ୍ତମଙ୍କ ପୁଅ ବାବୁଶାନ ମହାନ୍ତି ।

ଓଡ଼ିଆ ସିନେମାକୁ ଉତ୍ତମ ନିଜ ନିଖୁଣ ଅଭିନୟ ରେ ବର୍ଷ ବର୍ଷ ଧରି ରୁଦ୍ଧିମନ୍ତ କରି ରଖିଥିଲେ। ଓଡିଶାବାସୀ ତାଙ୍କ ପ୍ରିୟ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!