ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସର୍ଗୁଲ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପାଣ୍ଡେ, ମୁଖ୍ଯ ଅତିଥି, ସର୍ଗୁଲ ସମିତି ସଭ୍ୟ ପୁରନ୍ଦର ସାହୁ , ସର୍ଗୁଲ ଗ୍ରାମ ପଞ୍ଚାୟତ ଯୋଗାଣ ଅଧିକାରୀ ପିଣ୍ଟୁ ଦାଶ ଓ ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ସ୍କୁଲର ସଂସ୍କୃତ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ l

ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥି ଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l କ୍ରୀଡା ଶିକ୍ଷକ ଯାଦବ ବେହେରା ଖେଳ ପରିଚାଳନା କରିଥିଲେ ୧୦ ଟି ଇଭେଣ୍ଟ ରେ ପ୍ରାୟ ୧୧୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ,ଏଥିରେ ବରିଷ୍ଠ ଶିକ୍ଷକ ସୋମନାଥ ହାତୀ, ଶିକ୍ଷକ ଚୈତନ୍ଯ ମଲ୍ଲିକ, ଶିକ୍ଷକ ସୁନିଲ କୁମାର ସାହୁ,ପ୍ରଫୁଲ୍ଲ କୁମାର ସାହୁ,ଗୋପାଲ କୃଷ୍ଣ ସାହୁ ,ସନ୍ତୋଷ କୁମାର ମେହେର, ବଳଦେବ ସ୍ବାଇଁ,ଧନପତି ସାହୁ ସହଯୋଗ କରିଥିଲେ। ଶେଷ ରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲl।

Leave a Reply

Your email address will not be published. Required fields are marked *

error: Content is protected !!