ଅନୁଗୋଳ (ଅଜିତ କୁମାର ଭୋଇ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ ଅକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାରେ ଭାରତ ସରକାର ଚାର୍ଜସିଟ୍ ଦାଖଲ କରିଛନ୍ତି। ମାମଲାରେ କୌଣସି ସତ୍ୟତା ନ ଥିବା ବେଳେ ଅଯଥା ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ଅସମ୍ମାନୀତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଯେଉଁ ହୀନ ଉଦ୍ୟମ ଚଳାଇଛି, ଭାରତୀୟ ଜାତୀୟ କଂଗ୍ରେସ ଆଦୌ ଏହାକୁ ବରଦାସ୍ତ କରିବ ନାହିଁ। କଂଗ୍ରେସ ଦଳକୁ ମୋଦୀ ସରକାର ଯେତେ ବଦନାମ କରିବାକୁ ଚେଷ୍ଟା କଲେ ବି ଭାରତବାସୀ ସେମାନଙ୍କ ହୀନ ଚକ୍ରାନ୍ତ ବୁଝି ସାରିଲେଣି।
ଏଭଳି ହୀନ ଚକ୍ରାନ୍ତ ବିରୋଧରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ କୁଲା ସ୍ଥିତ ଆୟକର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜିର ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ସନତ ପ୍ରଧାନ, ଭଜମନ ଦାସ, ପରେଶ ଜେନା, ବନ ବିହାରୀ ପ୍ରଧାନ, ଟିକନ ସାମଲ, ପ୍ରକାଶ ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଶଙ୍କର ପ୍ରଧାନ, ସୌମେନ୍ଦ୍ର ଦେହୁରୀ, ବାସୁଦେବ ସାମଲ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ବିକ୍ଷୋଭକୁ ସଫଳ କରିଥିଲେ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ