ନାରୀ ନିର୍ଯାତନା ବିରୋଧରେ ଅନୁଗୋଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଅନୁଗୋଳ (ଅଜିତ କୁମାର ଭୋଇ ): ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣଧର୍ଷଣ, ହତ୍ୟା, ଅପହରଣ, ନାବାଳିକା ମାତୃତ୍ବ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିପଳ ହୋଇଥିବା ବିଜେପିର ମୋହ‌ନ ମାଝି ସରକାରଙ୍କ ବିରୋଧରେ ଗତ କାଲି ଅନୁଗୋଳ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛି । ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୫୦ ଟଙ୍କା ମୂଲ୍ୟବୃଦ୍ଧିର ମଧ୍ୟ ପ୍ରତିବାଦ କରାଯାଇଛି । ଅନୁଗୋଳ ଜିଲ୍ଲା କଂଗ୍ରେସର ସଭାପତି ଅମ୍ବିକା ଭଟ୍ଟଙ୍କ ନେତୃତ୍ବରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ମୁଖ୍ୟ ବଜାର, ରାଜା ଛକ ଦେଇ ଏକ ମଶାଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ଅନୁଗୋଳ ବ୍ଲକଠାରେ ପହଞ୍ଚି ଏକ ପ୍ରତିବାଦ ସଭା ହୋଇଥିଲା।

ସଭାରେ ରାଜ୍ୟରେ ମହିଳାଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ବିରୋଧରେ ନେତାମାନେ ଭାଷଣ ଦେଇ ପୀଡିତାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ନିଖୋଜ ମହିଳାଙ୍କୁ ଉଦ୍ଧାର କରି ପରିବାରକୁ ସୁରକ୍ଷିତ ଫେରାଇ ଆଣିବା ସରକାରଙ୍କର ଦାୟିତ୍ଵ । ଯେପଯ୍ୟନ୍ତ ନାରୀଙ୍କୁ ନ୍ୟାୟ ମିଳି ନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖୁବ ବୋଲି ଚେତାବନୀ ଦିଆଯାଇଥିଲା । ମୋଦି ସରକାର ସାଧାରଣ ଜନତାଙ୍କୁ ରୋଷେଇ ଗ୍ୟାସ୍, ପେଟ୍ରୋଲ ଡିଜେଲ ତଥା ସମସ୍ତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉପରେ ମାତ୍ରାଧିକ କର ଲଗାଇ ଶୋଷଣ କରୁଥିବା ବିଷୟରେ ଆଲୋଚନା କରାଯାଇଥିଲା। ନିକଟରେ ରୋଷେଇ ଗ୍ୟାସ ଉପରେ ସିଲିଣ୍ଡର ପିଛା ୫୦ଟଙ୍କା ଦରବୃଦ୍ଧି କେନ୍ଦ୍ର ସରକାର କରିଛନ୍ତି।

ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ମତପ୍ରକାଶ ପାଇଥିଲା। ଶୋଢାଯାତ୍ରାରେ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଲଳିତେନ୍ଦୁ ଦାସ ଓ ଅନୀମା ମିଞ୍ଜ ଯୋଗଦେଇ ମଶାଲ ଶୋଭାଯାତ୍ରାର ଆବଶ୍ୟକତାକୁ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ। ଉକ୍ତ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉମେଶ ସାହୁ, ଜୟନ୍ତ ସାହୁ, ସୁଦୀପ ମିଶ୍ର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଅକ୍ଷୟ ବିଶ୍ବାଳ, ପ୍ରବୋଧ ସ୍ବାଇଁ, ସରୋଜ ପ୍ରଧାନ, ମନ୍ଦର ପ୍ରଧାନ, ହେମନ୍ତ ମହାଳିକ, ସାମିଲ ପ୍ରଧାନ, ଦୁଷ୍ମନ୍ତ ଦେହୁରୀ, ସନତ ପ୍ରଧାନ, ରାକେଶ ମିଶ୍ର, ଅଳକା ମହାନ୍ତି, ନିଲକମଲ ସେଠୀ, କସିଦା ଖାନ, ସଲମା ବେଗମ, ସୁଲୋଚନା ନାଏକ, ଶିଶିର ପାଳ, ସନ୍ତୋଷ ବେହେରା, ଅଭିମନ୍ୟୁ ପାତ୍ର ବରୁଣ ସାହୁ ପ୍ରମୁଖ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ରହି ଶୋଭାଯାତ୍ରାକୁ ସଫଳ କରିଥିଲେ ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ