ନିରୁପାୟ ହୋଇ ବେସରକାରୀ ଚିକିତ୍ସାଳୟ ମୁହାଁ ହେଉଛନ୍ତି ରୋଗୀ

ଅନୁଗୋଳ (ଅଜିତ କୁମାର ଭୋଇ): ନୂତନ ସରକାର ଆସିବା ପରେ ରାଜ୍ୟ ରାଜ୍ୟ ରେ ଉନ୍ନତ ଚିକିତ୍ସା ପାଇଁ ଯୋଜନା ହେଉଥିବା ବେଳେ ସରକାରୀ ଚିକିତ୍ସାଳୟ କର୍ମଚାରୀଙ୍କ ଅତ୍ୟାଚାର ବଢିଚାଲିଛିଏଭଲି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅନେକ ଅଭିଯୋଗ ପରେ ମଧ୍ୟ ଚେତୁ ନାହାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ମିଳିଥିବା ସୂଚନା ଅନୁଯାୟୀ,ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମର ସାଗର କୁମାର ପ୍ରଧାନ ଙ୍କ ସ୍ତ୍ରୀ ସତ୍ୟବ୍ରତି ପ୍ରଧାନ ଗର୍ଭବତୀ ଥିବାରୁ ଗତ କାଲି ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ପରାମର୍ଶ ପାଇଁ ଆସିଥିଲେ।

ଡାକ୍ତର ତାଙ୍କୁ ବୁଧବାର ଦିନ ସକାଳୁ ଖାଲି ପେଟରେ ଆସି ଆଡମିସନ ହେବାକୁ ପରାମର୍ଶ ଦେଇଥିଲେ। ସାଗର ବୁଧବାର ତାଙ୍କ ସ୍ତ୍ରୀ ସତ୍ୟବ୍ରତି ପ୍ରଧାନ ଙ୍କୁ ନେଇ ସକାଳ ୬ ଘଟିକା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଁଞ୍ଚି ଡାକ୍ତରଙ୍କୁ ଦେଖାଇ ଖାଲି ପେଟରେ ପ୍ରସୂତି ବିଭାଗରେ ଆଡମିସନ ହୋଇଥିଲେ । ଦିନ ୧୧ ଘଟିକାରେ ଅସ୍ତ୍ରୋପଚାର କରାଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ୧୧ ଘଟିକା ବିତିଲା ପରେ ସାଗର ପ୍ରସବ କେତେ ବେଳେ ହେବ ବୋଲି ପଚାରିଥିଲେ। ଦିନ ୩ ଘଟିକା ରେ ପ୍ରସବ ହେବ । ଏହିପରି କତୃପକ୍ଷ ତେବେ ୩ ଘଟିକା ୫ ଘଟିକା କହି ଘୁଞ୍ଚାଇ ଚାଲିଥିବା ବେଳେ ଡାକ୍ତର ୫ ଘଟିକା ପରେ ଡାକ୍ତର ଆସି ପହଞ୍ଚିବା ପରେ ପଚାରିଲ କେତେ ବେଳେ ଅସ୍ତ୍ରୋପଚାର କରାଯିବ ଓ ସକାଳ ୬ ଘଟିକା ସମୟରୁ ମୋ ସ୍ତ୍ରୀ କିଛି ଖାଇ ନାହିଁ ବୋଲି ଡାକ୍ତର ଙ୍କୁ କହିଥିଲେ।

ଯାହା ଫଳରେ ସାଗର କାହିଁକି ଗର୍ଭବତୀ ଙ୍କୁ ହଇରାଣ କରୁଛ ବୋଲି କହିବା ଫଳରେ ଡାକ୍ତର, ଷ୍ଟାପନର୍ସ ସାଗରଙ୍କୁ ଖରାପ ବ୍ୟବହାର କରିବାରୁ ସାଗର ପ୍ରତିକ୍ରିୟଶୀଳ ହୋଇଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢିବାରେ ଲଗିଲା। ଖବର ପାଇ ଟାଉନ ଥାନା ପୋଲିସ ପହଁଞ୍ଚି ବୁଝାଶୁଝା ପରେ ଚିକିତ୍ସାଳୟ ପରିସର ଶାନ୍ତ ପଡିଥିଲା। ଶେଷରେ ସାଗର ତାଙ୍କ ସ୍ତ୍ରୀ ଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇଯାଇଥିଲେ। କାହିଁକି ସାଗର ଙ୍କ ସ୍ତ୍ରୀ ଙ୍କର ପ୍ରସବ ବିଳମ୍ବ କରିଥିଲେ ଏ ଘଟଣା ବିଷୟରେ ବୁଝିବାରୁ କିଛି ଚିକିତ୍ସାଳୟ କତୃପକ୍ଷ ପ୍ରସବ ପାଇଁ ୬୦୦୦ ହାଜର ଟଙ୍କା ଲାଞ୍ଚ ସାଗର ଙ୍କ ସମ୍ପର୍କୀୟ ଙ୍କୁ ମାଗିଥିଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଏ ଭଳି ହଇରାଣ ହରକତ କରିଥିଲେ କତୃପକ୍ଷ ବୋଲି ଅଭିଯୋଗ କରିଛନ୍ତି । ତେବେ ଏଭଳି କାରବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ପୂର୍ବରୁ ବହୁବାର ଅଭିଯୋଗ ଆସିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!