କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଙ୍କ ମାର୍ଗଦର୍ଶନ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀ ମୀନାରାଣୀ ମଙ୍ଗଳ, ଜୁନିଅର ରେଡ଼କ୍ରସ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଉପ ସଭାପତି ଗତିକୃଷ୍ଣ ମିଶ୍ର ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଶ୍ରୀଯୁକ୍ତ ଅଜୟ କୁମାର ଲୁହା ଙ୍କ ମାର୍ଗ ଦର୍ଶନ ତଥା ତତ୍ୱାବଧାନ ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଆଞ୍ଚଳିକ ସାଧନ କର୍ମୀ ଶରତ ନାଏକ ଓ ବରିଷ୍ଠ ଶିକ୍ଷକ ଦିଲ୍ଲୀପ ପଣ୍ଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ହେନେରୀ ଡୁନଣ୍ଟ ଏବଂ ମାଡାମ କ୍ଲାରା ବାର୍ଟନ ଙ୍କ ପ୍ରତିଛବି ରେ ପୁଷ୍ପ ଅର୍ପଣ କରି ତାଲିମ ଶିବିର କୁ ଉଦଘାଟନ କରିଥିଲେ। ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ ପ୍ରଧାନ ଶିକ୍ଷକ, ଉଦ୍ୟେଶ୍ୟ ଜ୍ଞାପନ କରିଥିଲେ। ମହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମାର୍ଗଦର୍ଶକ ଜଗଦୀଶ ଦାଶ ଏବଂ ଟିକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମାର୍ଗ ଦର୍ଶକ ମଳୟ ଅମାତ ସାଧନ କର୍ମୀ ଭାବେ ଶିବି୍ରାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ମହଦା ଓ ଟିକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଶତାଧିକ ଜୁନିଅର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଡାକ୍ତରଖାନା ପହଂଚାଇବା ପର୍ଯ୍ୟନ୍ତ କିପରି ପ୍ରାଥମିକ ଚିକିତ୍ସା ଯୋଗେଇ ଦିଆଯିବ, ତା ସମେତ ହାତଗୋଡ଼ କାଟିଗଲେ, ଭାଙ୍ଗିଗଲେ, ସାପ କାମୁଡ଼ିଲେ, ଦେହରେ ନିଆଁ ଲାଗିଲେ, ବ୍ୟକ୍ତି ମୂର୍ଛିତ ଅବସ୍ଥା କୁ ଚାଲି ଆସିଲେ, ବଜ୍ରପାତ ସମୟ ରେ, ହୃଦଘାତ ଆସିଲେ ନିଜେ ବଞ୍ଚିବା ସହ ଅନ୍ୟ କୁ ବଞ୍ଚେଇ ପାରିବା ସେ ସବୁ ର ତାଲିମ ପ୍ରଦାନ କରା ଯାଇଥିଲା । ଶିକ୍ଷକ ସତ୍ୟ ନାରାୟଣ ମେହେର ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶିବରାମ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat